
ଅମ୍ଳାନଙ୍କ କାମ ଦିନକୁ ଦିନ ବଢ଼ିବାରେ ଲାଗିଛି। ହାତରେ ବି ଆଉ ବେସି ଦିନ ନାହିଁ, ବାହାଘର ମୁଣ୍ଡ ଉପରେ। "ଫ୍ରମ ମି ଟୁ ୟୁ" ସିନେମା ଘରକୁ ଆସିସରିଛି, ଅମ୍ଳାନ ଏବେ ଚଳଚ୍ଚିତ୍ର "ରାଜା ସାହିବ" ର ସୁଟିଂ ରେ ବେସ୍ତ ଥିବାବେଳେ "ବାଜିବଲୋ ସାହାନାଇ" ପରଦାକୁ ଆସିବାକୁ ବାଟ ଖୋଜୁଛି ଏଥିଭିତରେ ତାଙ୍କୁ ଆଉ ଏକ ନୂଆ ଚଳଚ୍ଚିତ୍ର ମିଳିଛି। ଚଳଚ୍ଚିତ୍ରଟିର ନା "ରୋମିଓ ରାଜା"।
ଭାଲେଣ୍ଟାଇନ ସପ୍ତାହ ମନେ ଫ୍ରେବୃଆରୀ ମାସରେ ଅମ୍ଳାନଙ୍କ ବିବାହ ସ୍ଥିର ହୋଇଥିବା ବେଳେ ତାଙ୍କ ପାଇଁ ଚିନ୍ତା ବଢାଇବ "ରୋମିଓ ରାଜା"। ନିକଟରେ ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇଛି। ଅମ୍ଳାନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ତମନ୍ନା, ପ୍ରେମ, ସସପେନ୍ସ କୁ ନେଇ ଚଳଚ୍ଚିତ୍ରଟି ନିର୍ମିତ।ବିଭିନ୍ନ ଚରିତ୍ରରେ ହରିହର ମହାପାତ୍ର, ବାବୁ ପ୍ରଧାନ, ଦୀପକ ମହାରଣା, ଶିବ, ଜନ ପଲେଇ, ତପନ, ରାଜଲକ୍ଷୀ ଓ ପପୁ ପ୍ରମୁଖ ଅଭିନୟ କରିଛନ୍ତି |
ଏନ୍ ବି ଏଣ୍ଟରଟେନ୍ମେଣ୍ଟ ବ୍ୟାନରରେ ନିର୍ମିତ ଏହି ସିନେମାର ପ୍ରଯୋଜନା କରିଛନ୍ତି ସୁଶାନ୍ତ କୁମାର ପଣ୍ଡା।ସଂଳାପ ଲେଖିଛନ୍ତି ଜମେଶ ଶୁକ୍ଳା। ଗୀତିକାର ପଞ୍ଚାନନ ନାୟକ, ଅରୁଣ ମନ୍ତ୍ରୀ, ସୁବ୍ରତ ସ୍ବାଇ, ଡ. ସୁବୋଧ ଦାସ ପ୍ରମୁଖ ଗୀତ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାସ ।ଗୀତଗୁଡ଼ିକୁ ଗାଇଛନ୍ତି ହୁ୍ୟୁମାନ ସାଗର, ଅସୀମା ପଣ୍ଡା, ଗୀତିଶ୍ରୀ ସରୋଜ | କାହାଣୀ, ଚିତ୍ରନାଟ୍ୟ ସାଙ୍ଗକୁ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ରାକେଶ ସାମଲ।
Amlan Asichhanti Nua Film Romeo Raja Re Tamananka Saha
4/
5
Oleh
Biswa Ranjan