
ଗତ କିଛିଦିନ ହେବେ ଅନୁଭବ ମହାନ୍ତିଙ୍କ ଜୀବନରେ ଉଠିଥିବା ଝଡ ଏବେ ଘନେଇବାରେ ଲାଗିଛି। ଲାଗୁଛି ଅଭିନେତା ରୁ ନେତା ହେବାପରେ ଏପରି ଘଟୁଛି। କଥା ଥାନାରେ ମାମଲା ହେବା ଯାଏ ଥିଲା କିନ୍ତୁ କଥା ଏବେ ପୁରା ରାଜନୀତି ଆଡକୁ ଯାଉଛି। ବିରୋଧୀ ଦଳକୁ ଗୋଟେ ଭଲ ମଉକା ମିଳିଛି ରାଜନୀତି ପାଇଁ।

ମେଡିଆ ଡାକିଲେ କଥାଟା ସୋସିଆଲ ମେଡିଆଠୁ ଆରମ୍ଭ ହୋଇ ଓଡ଼ିଶାର ଚାରିଆଡେ ବ୍ୟାପିଗଲା। ଘଟଣା ଜଣେ ବଡ ଲୋକ ବିରୁଦ୍ଧରେ ଥିବାରୁ ଥାନାରେ ମାମଲା ହେଲା ଓ ଅନୁଭବ ସହ ତାଙ୍କ ଘରଲୋକ ସନ୍ଧେହ ଘେରକୁ ଆସିଗଲେ।

ବଜେପି ଦଳ ତରଫ ରୁ ଯୁବ ପିଢ଼ି ସଙ୍ଗେ ସଙ୍ଗେ ତାଙ୍କ ପ୍ରତିବାଦ ଆରମ୍ଭ କଲେ ଓ ଅନୁଭବ ଙ୍କ ସହ ତାଙ୍କ ଭାଇ କୁ ଅରେଷ୍ଟ ପାଇଁ ଦାବି କଲେ।
କିନ୍ତୁ ପୋଲିସ ତାଙ୍କ ତଦନ୍ତରେ ଅନୁଭବଙ୍କ ଘର ସିସିଟିଭି ଦେଖିବାକୁ ଚାହିଁବାରୁ ତାହା ଖରାପ ହୋଇଥିବା ଜାଣିବାକୁ ପାଇଲେ। ତେବେ ଏତେବଡ କଳାକାର ପୁଣି ଜଣେ ନେତା ତାଙ୍କ ସିସିଟିଭି ଖରାପ ଥିବା ଜାଣିବା ପରେ ଲୋକେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି।
ଅଡୁଆରେ ଫସି ଗଲେ ଓଡ଼ିଶାର ଲୋକପ୍ରିୟ କଳାକାର ଅନୁଭବ ମହାନ୍ତି.....
4/
5
Oleh
Biswa Ranjan