'ମୁ ପରଦେଶୀ ଚଢେଇ’ ଚଳଚିତ୍ରରେ ପୁଣି ଥରେ ଆସୁଛନ୍ତି ନିଜର ଦମ ଦେଖାଏବାକୁ ଅଭିନେତା ଅଦ୍ଧୈନ୍ଦୁ



ମା ସିଂହାସିନୀ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ନୂଆ ଓଡ଼ିଆ ଚଳଚ୍ଚିତ୍ର 'ମୁ ପରଦେଶୀ ଚଢେଇ’ ମୁକ୍ତିଲାଭ କରିବାକୁ ଯାଉଛି । ଏହାର ଲିଡ୍‌ରେ ଅଛନ୍ତି ନାୟକ ଅଦ୍ଧୈନ୍ଦୁ ସୁନ୍ଦର ସାହୁ । 'କାଉରୀ କନ୍ଯା', 'ଅ ଆ ହର୍ଷେଇ”, 'ଟପୋରି', 'ବୁାକ୍ମେଲ୍‌' ପରେ ଅଦ୍ଧୈନ୍ଦୁଙ୍କ ଏହା ପଞ୍ଚମ ଫିଲ୍ମ୍‌ । ନିକଟରେ ସିନେମାର ପୋଷ୍ଟର୍‌, ଗୀତ ସାଙ୍ଗକୁ ଟିଜର୍‌ ରିଲିଜ୍‌ ହୋଇଥିବାବେଳେ ଅଦ୍ଧୈନ୍ଦୁଙ୍କ ମୁହରେ ଏକ ଡାଏଲଗ୍‌ ଭାରି ଚହଳ ପକାଇଛି । ଡାଏଲଗ୍‌ଟି ହେଲା “ଜିତିବା ମୋ ଭାଗ୍ୟରେ ନାହିଁ । ଆଉ ଜିତିବା ପାଇଁ ମୁଁ ମୋ ଭାଗ୍ୟକୁ ବି ବଦଳାଇ ଦେଇପାରେ” |


ନାୟିକା ଅନୁଭାଙ୍କୁ ପାଇବା ପାଇଁ ତାଙ୍କର ତାଙ୍କର ସଂଗ୍ରାମ ସାଙ୍ଗକୁ ଜବରଦସ୍ତ ଡାଏଲଗ୍‌ ଚଳଚିତ୍ରଟିକୁ ମନ ଛୁଆ କରିଛି ।  ସିନେମାଟି ସସ୍‌ପେନ୍ସ ସାଇକୋ ଥ୍ରିଲର ଓ ପାରିବାରିକ କାହାଣୀ ଉପରେ ପର୍ଯ୍ୟବେସିତ | ଏଥିରେ ମିହିର ଦାସ, ଚୌଧୁରୀ ବିକାଶ ଦାସ, ଇଲୁ ବାନାର୍ଜୀ, ଜୀବନ ପଣ୍ଡା, ରତନ ମେହେର, ପୃଥ୍ବୀରାଜ, ପୁଷା ପଣ୍ଡା, ପିଣ୍ଟୁ ନନ୍ଦ, ହର ରଥ, ଜୋଜୋ, ଶିଶୁ କଳାକାର ବିଭୁଦତ୍ତ ବାରିକ ଓ ଆଲିଆ ନନ୍ଦଙ୍କ ଭଳି କଳାକାର ଅଭିନୟ କରିଛନ୍ତି । ଆଦିକନ୍ଦ ସାହୁ ପ୍ରଯୋଜିତ ଏହି ସିନେମାରେ କେ. ମୁରଲୀକ୍ରିଷ୍ଣା ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି । କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବେ ଅଶ୍ଵିନୀ ତ୍ରିପାଠୀ ରହିଛନ୍ତି । ସଙ୍ଗୀତ ଅସଦ ନିଜାମ ଦେଇଥିବାବେଳେ ଗୀତ ଲେଖିଛନ୍ତି ତପୁ ନାୟକ | ଗୀତଗୁଡ଼ିକୁ ଗାଇଛନ୍ତି ଉଦିତ ନାରାୟଣ, ଶାନ, ହିଉମାନ ସାଗର, ସ୍ବୟମ ପାଢ଼ୀ, ଦୀପ୍ତିରେଖା, ଅସୀମା ପଣ୍ଡା | କୋରିଓଗାଫି କରିଛନ୍ତି ବିଦୁ, ଲୁବୁନ-ଟୁବୁନ, ଟି. ସବର୍ଣ୍ଚବାବୁ, ରାଜା ଡି ଓ କେ. ମୁରଲୀକୁଷା | କ୍ୟାମେରା ପରିଚାଳନା କରୁ ଛନ୍ତି ପ୍ରତାପ ରାଉତ । ସମ୍ପାଦନା ଦାୟିତ୍ଵ ତୁଲାଇଛନ୍ତି ରଞ୍ଜନ ଖଟେଇ |

Related Top Posts

'ମୁ ପରଦେଶୀ ଚଢେଇ’ ଚଳଚିତ୍ରରେ ପୁଣି ଥରେ ଆସୁଛନ୍ତି ନିଜର ଦମ ଦେଖାଏବାକୁ ଅଭିନେତା ଅଦ୍ଧୈନ୍ଦୁ
4/ 5
Oleh