ସ୍ପାର୍ଟ ମା ଭୂମିକରେ ମହାଶ୍ବତା, ଚଳଚିତ୍ର ନାମ 'ଲାଲ୍‌ପାନ୍‌ବିବିର ସ୍ଵାର୍ଟ ଫ୍ୟାମିଲି”


ପାରିବାରିକ କାହାଣୀ ଆଗରୁ ଆମେ ବହୁ ତ ଦେଖିଛେ ମା  ପିଲାକୁ ଜନ୍ମ ଦିଏ, କାଖେଇ କୋଳେଇ ବଡ଼ କରେ କିନ୍ତୁ ସେଇ ପିଲା ବଡ଼ହେଲେ ଏତେ ସ୍ମାର୍ଟ ହୋଇଯାଏ ଯେ, ନିଜ ମା', ବାପଙ୍କୁ ନ ପଚାରି ପର କରିଦେଇ ନିଜ ସ୍ତୀ ପିଲାଙ୍କୁ ଧରି ବିଦେଶମୁ ହାଁ ହୋଇଥାନ୍ତି, ଦୁଃଖ କଷ୍ଟରେ ରୁହନ୍ତି ବୟସ୍କ ବାପା ମା । କିନ୍ତୁ ଏବେ ଯୁଗ ବଦଳିଯାଇଛି,  ଏଠି ମା” ଦି ପାଦ ଆଗରେ । ଆଉ ସେ ମା ଯଦି ଲାଲ୍‌ପାନ୍‌ ବିବି ହୋଇଥାଏ, ତାହାଲେ ତ କଥା ସରିଲା  ପାଠଶାଠ, ବୁଦିସୁଵି ସବୁଥିରେ ନିଜ ପିଲାଠାରୁ କମ୍‌ ଥିବା ସତ୍ତ୍ଵେ ଲାଲ୍‌ପାନ୍‌ ବିବି ତା' ସ୍ଵାର୍ଟ ପୁଅବୋହୂ, ଝିଅ ଜ୍ଵାଇଁଙ୍କମାନଙ୍କଠାରୁ ଏତେ ଅଧିକ ସ୍ଵାର୍ଟ ଯେ ନିଜ ସ୍ବାମୀଙ୍କ ମୃତ୍ୟୁପରେ ୬୦ ବର୍ଷ ବୟସରେ ବି ନିଜ କଲେଜ ବନ୍ଧୁଙ୍କୁ ବିବାହ କରିବା ପାଇଁ ଆୟୋଜନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇପାରେ । ଯେଉଁ ପିଲାମାନେ ବାପା, ମା'ଙ୍କୁ ପର କରିଦେଇ ନିଜ ସ୍ତୀ ପିଲାଙ୍କୁ ଧରି ବିଦେଶମୁହାଁ ହୋଇଥାନ୍ତି ସେମାନେ ମା'ର ବାହାଘର ଶୁଣି ଘରବାହୁଡ଼ା ହୁଅନ୍ତେ ନାହି କେମିତି ।



ସ୍ଫାର୍ଟ ମା' ଲାଲ୍‌ପାନ୍‌ବିବି ଭୂମିକରେ ମହାଶ୍ବତା, ବାପା ଭୂମିକରେ ମିହିର ଦାସ ଓ କଲେଜ ବନ୍ଧୁ ଭୂମିକରେ ପୃଥ୍ଵୀରାଜଙ୍କୁ ନେଇ ତରଙ୍ଗ ସିନେ ପ୍ରଡକ୍ସନ୍ସର ନୂଆ ଟେଲି ସିନେମା 'ଲାଲ୍‌ପାନ୍‌ବିବିର ସ୍ଵାର୍ଟ ଫ୍ୟାମିଲି” । ଏମିତି ଏକ ସୁନ୍ଦର ହୃଦୟସ୍ପର୍ଶୀ, ସମ୍ବେଦନଶୀଳ ଏବଂ ସାମ୍ପ୍ରତିକ ଘଟଣାବଳୀକୁ ଚିତ୍ରରୂପ ଦେଇ ସାମାଜିକ ବାର୍ତା ଦେବାକୁ ଚେଷ୍ଟା କରିଛି ପ୍ରଯୋଜନା ସଂସ୍ଥା । ଏହି ସିନେମାରେ ଟେଲି ସିରିଏଲ୍‌ର ଲୋକପ୍ରିୟ କଳାକାର ଅବ୍କିତ, ଜ୍ୟୋତି, ଇପ୍‌ସିତା, ଦେବିକା, ବିଭାସ ଓ ଅରୁନ୍ଧତୀଙ୍କ ସହ ବ୍ରଜ ସିଂ, ଲୀଳା ମିଶ୍ର, ଟିକି ରଥ, ସିଵାର୍ଥ, ରୂପଶ୍ରୀ, କ୍ରିଷା ଓ ଶିଶୁ କଳାକାର ପରଳୟଙ୍କୁ ଦେଖିବାକୁ ମିଳିଛି। 


ସିନେମାର ଶୀର୍ଷକ ଗୀତକୁ ମିଶାଇ ୩ଟି ଗୀତ ରହିଛି । 'ବିୟୁଟିଫୁଲ୍‌ ଲୈଲା' ଏବଂ ଶୀର୍ଷକ ଗୀତର ସ୍ୟାଡ୍‌ ସଙ୍ଗକୁ ସୋସିଆଲ୍‌ ମିଡିଆରେ ଅଧିକ ଦର୍ଶକାଦୃତି ମିଳିଛି। ଗୀତ ସହ ସଂଳାପ ଦେବୀଦତ୍ତ ମହାନ୍ତି ଲେଖିଛନ୍ତି ଏବଂ ତାକୁ ସଙ୍ଗୀତରେ ସଜାଇଛନ୍ତି ଶରତ ନାୟକ । ଗାଇଛନ୍ତି କରୁଣାକର, ଅନ୍ତରା, ସରୋଜ ସାମଲ, ଭଶ୍ବରୀ ବେହେରା ପ୍ରମୁଖ କଣ୍ଠଶିଳ୍ପୀ। ନୃତ୍ୟ ସଂଯୋଜନା କରିଛନ୍ତି ଅମିର ପତି ଓ ଲୁବୁନ-ଟୁବୁନ | ସିନେମାରେ ରଜନୀକାନ୍ତ ବାରିକ କ୍ୟାମେରା ସମ୍ଭାଳିଥିବାବେଳେ ସମ୍ପାଦନା କରିଛନ୍ତି ଚନ୍ଦ୍ରଶେଖର ମିଶ୍ର । ଅଶ୍ଵିନୀ ଗଡ଼ନାୟକ ନିର୍ଦ୍ଦେଶନା ଦାୟିତ୍ଵ ତୁଲାଇଥିବାବେଳେ କାର୍ଯ୍ୟକାରୀ ପ୍ରଯୋଜକ ଭାବେ ସହାୟତା ହାତ ବଢ଼ାଇଛନ୍ତି ଯତୀନ ନାୟକ ।

Related Top Posts

ସ୍ପାର୍ଟ ମା ଭୂମିକରେ ମହାଶ୍ବତା, ଚଳଚିତ୍ର ନାମ 'ଲାଲ୍‌ପାନ୍‌ବିବିର ସ୍ଵାର୍ଟ ଫ୍ୟାମିଲି”
4/ 5
Oleh