ରଜ ବଜାରରେ ମୁକ୍ତିଲାଭ କରିଛି ତିନୋଟି ନୂଆ ଓଡ଼ିଆ ଚଳଚ୍ଚିତ୍ର


ରଜ ବଜାରରେ ମୁକ୍ତିଲାଭ କରିଛି ତିନୋଟି ନୂଆ ଓଡ଼ିଆ ଚଳଚ୍ଚିତ୍ର, ତୁ ମୋ ଲଭ ଷ୍ଟୋରି - ୨, ଗୋଲମାଲ ଲଭ ଓ ଚିରକୁଟ। ସମସ୍ତ ଚଳଚିତ୍ର ପ୍ରକ୍ଷାଳୟ ଗୁଡିକରେ ବେଶ ଭଲ ଚାଲୁଥିବା ବେଳେ ଲୋକେ ଏହାର ଖୁବ ମଜା ନେଉଛନ୍ତି।

ତୁ ମୋ ଲଭ ଷ୍ଟୋରି - ୨ ତରଙ୍ଗ ସିନେ ପ୍ରଡକ୍ସନ ରେ ନିର୍ମିତ ହୋଇଥିବା ବେଳେ ଏଥିରେ ସ୍ୱରାଜ-ଭୂମିକା ଓ ସିଦ୍ଧାନ୍ତ-ଅନୁ ଯୋଡି ଅଭିନୟ କରିଛନ୍ତି। ଚଳଚିତ୍ର ଟି ପ୍ରେମ କାହାଣୀ ଉପରେ ଆଧାରିତ। ସେହିପରି ତରଙ୍ଗ ସିନେ ପ୍ରଡକ୍ସନ ର ଆଉ ଏକ ଚଳଚିତ୍ର ହେଲା ଗୋଲମାଲ ଲଭ, ଏହି ଚଳଚିତ୍ରରେ ବାବୁସନ ଓ ତମନ୍ନା ମୁଖ୍ୟ ଭୂମିକା ରେ ଥିବାବେଳେ ଚଳଚ୍ଚିତ୍ର ଟି ମଧ୍ୟ ପ୍ରେମ କାହାଣୀ ଉପରେ ଆଧାରିତ।

ସେହିପରି ଅକ୍ଷୟ ପ୍ରଡକ୍ସନ ରେ ନିର୍ମିତ ହୋଇଛି ନୁଆ ଚଳଚ୍ଚିତ୍ର ଚିରକୁଟ, ଏହା ଏକ ହାସ୍ୟ ଚଳଚିତ୍ର ହୋଇଥିବା ବେଳେ ଏଥିରେ ନାୟକ ନାୟିକା ସାଜିଛନ୍ତି ନବାଗତ ଆରୋଜିତ ଓ ଅନନ୍ୟା। ହାସ୍ୟ କଳାକାର ପପୁ ଏହାର ନିର୍ଦେଶନା ଦେଇଛନ୍ତି।

Related Top Posts

ରଜ ବଜାରରେ ମୁକ୍ତିଲାଭ କରିଛି ତିନୋଟି ନୂଆ ଓଡ଼ିଆ ଚଳଚ୍ଚିତ୍ର
4/ 5
Oleh