
ଏକ ଭିନ୍ନ ବିଷୟକୁ ନେଇ ନିର୍ମାଣ ହେଉଛି ଓଡ଼ିଆ ଚଳଚ୍ଚିତ୍ର “ରାଜା ସାହିବା” | ଲିଡ୍ରେ ଅମ୍ଳାନ ଥିବାବେଳେ ବିପକ୍ଷରେ ନାୟିକା ସାଜିଛନ୍ତି ଶ୍ରଦ୍ଧା। ଚଳଚ୍ଚିତ୍ର ' ଫ୍ରମ୍ ମି ଟୁ ୟୁ' ରେ ବନ୍ଧୁରୁ ସାଥୀ ସାଜିଥିବା ଏ ଯୋଡ଼ି ଦ୍ବିତୀୟ ଥର ଲାଗି ପୁଣି ଏକାଠି ହୋଇଛନ୍ତି । ତାଙ୍କୁ ସାଥ୍ ଦେବାକୁ ସାଙ୍ଗରେ ବାପା ମାନେ, ଓଲିଉଡର ଭେଟେରାନ୍ ଷ୍ଟାର୍ ମିହିର ଦାସ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ପୁଅ ପାଇଁ ଅଣ୍ଟା ଭିଡ଼ି ମୈଦାନକୁ ବାପା ବାହାରିଛନ୍ତି। ସାଥୀରେ ମନୋଜ ମିଶ୍ରଙ୍କୁ ଆଉ ପାର୍ଥଙ୍କୁ ନେଇଛନ୍ତି । ବର୍ଭମାନ ଚଳଚ୍ଚିତ୍ରର ସୁଟିଂ ଚାଲିଥିବାବେଳେ ସୁଟିଂ ସେଟ୍ର ଫଟୋ ଓ ଭିଡିଓକୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି, ଯାହା ଚର୍ଚ୍ଚା ଲାଗି ଇନ୍ଧନ ଯୋଗାଇଛି । ନିକଟରେ ଫାଷ୍ଟ୍ ଲୁକ୍ ରିଲିଜ୍ ହୋଇଥିବାବେଳେ ସେଥିରେ ଅମ୍ଳାନ ସାଂଘାତିକ ରୂପରେ ନଜର ଆସିଥିଲେ । ଫ୍ରମ୍ ମି ଟୁ ୟୁ ରେ ବିଶେଷ ସଫଳତା ମିଳିନଥିବାରୁ ଏହି ସିନେମାକୁ ନେଇ ଅମ୍ଳାନ ବେଶି ଆଶାବାଦୀ । ଗୋଟିଏ ପଟେ ବାହାଘର ଅନ୍ୟପଟେ ସିନେମା ସୁଟିଂ ଶ୍ରଦ୍ଧା ବି ଦ୍ଵନ୍ଧରେ ।
ସୌଜନ୍ୟ :- ପ୍ରମୟ ରବିବାର
ପୁଣି ଅମ୍ଳାନ ଶ୍ରଦ୍ଧା ଆସୁଛନ୍ତି ନୂଆ ଚଳଚିତ୍ର ' ଫ୍ରମ୍ ମି ଟୁ ୟୁ' ରେ
4/
5
Oleh
Biswa Ranjan