ପୁଣି ଶୁଣିବାକୁ ମିଳିବ ମୋତେ ବାନ୍ଧିନେରେ ପୁଲିସବାବୁ, ଆସୁଛି ନୂଆ ଚଳଚିତ୍ର 'ମନେ ମନେ ମନଖୋଜୁ ଥିଲା'


ମୋତେ ବାନ୍ଧିନେରେ ପୁଲିସବାବୁ ଗୀତଟିକୁ ଆଜିଯାଏ ଓଡିଶା ର ଦର୍ଶକ ବନ୍ଧୁ ଭୁଲିନଥିବେ, ୧୯୮୫ ମସିହାରେ ଉତ୍ତମ ମହାନ୍ତି ଓ ମହାଶ୍ଵେତା ରାୟଙ୍କ ଅଭିନିତ ସିନେମା 'ସମୟ ବଡ଼ ବଳବାନ’ ଚଳଚିତ୍ରର ଗୀତଥିଲା | ଦୀର୍ଘ ବର୍ଷ ପରେ ଲାଗୁଛି ତା'ର ପୁନରାବୃଭି ହେ ବାକୁ ଯାଉଛି | ନିର୍ମାଣ ହେଉଥିବା ନୂଆ ଓଡ଼ିଆ ଚଳଚ୍ଚିତ୍ର 'ମନେ ମନେ ମନଖୋଜୁ ଥିଲା' ରେ ଏହି ଗୀତଟି ପୁଣି ଶୁଣିବେ ଦର୍ଶକ ବନ୍ଧୁ |  ସିନେମାର ନାୟକ ତଥା ଏସିପି ଓମ୍‌ ଙ୍କ ପ୍ରେମରେ ପଡ଼ି ନାୟିକା ଗୌରୀ ଏହି ଗୀତଟି ଗାଉଛନ୍ତି |






ଅନନ୍ୟା ଏଣ୍ଟରଟେନ୍‌ମେଣ୍ଟ୍‌ସର ପ୍ରଥମ ଅବଦାନରେ ପ୍ରସ୍ତୁତ ଚଳଚ୍ଚିତ୍ର “ମନେ ମନେ ମନଖୋଜୁ ଥିଲା' ର ମୁଖ୍ୟ ଭୂମିକା ରେ ଓମ୍‌ କାର- ନମ୍ରତା ଅଭିନୟ କରୁଛନ୍ତି | ନବାଗତ ଓମ୍‌ଙ୍କର ଏହା ପ୍ରଥମ ସିନମା ହୋଇଥି ବାବେଳେ ନମ୍ରତାଙ୍କର ଏହା ତୃତୀୟ | ଚଳଚିତ୍ରଟିରେ ପ୍ରଭାତୀ ଆଚାର୍ଯ୍ୟ ପ୍ରଯୋଜନା ଭାର ସମ୍ଭାଳୁ ଥିବା ବେଳେ ନିର୍ଦେଶନା ଦେଉଛନ୍ତି ଏନ. ପାଢ଼ୀ | କ୍ୟାମେରା ପରିଚାଳନାରେ ଜିତୁ ମିଶ୍ର ଥିବାବେଳେ ଦୁର୍ଗା ଆଚାର୍ଯ୍ୟ କାହାଣୀକୁ ନେଇ ଦୀପକ ଜେନା ଚିତ୍ର ନାଟ୍ୟ ଓ ସଂଳାପ ପ୍ରସ୍ତୁତ କରିଛନ୍ତି। ଗୀତଗୁଡ଼ିକୁ ସଙ୍ଗୀତରେ ସଜାଇଛନ୍ତି ଜି. ଅଶୋକ କୁମାର । ବିଭିନ୍ନ ଚରିତ୍ରରେ ମିହିର ଦାସ, ଅଶୁମୋଚନ, ପ୍ରତିଭା ପଣ୍ଡା, ଅଞ୍ଜନ ଦାସ, ବିଜୟ ବଳ, ରାଜ ସୁରଜ ପୁରୋହିତ, ଆଲୋକ ସମର୍ଥା ପ୍ରମୁଖ ଅଭିନୟ କରିଛନ୍ତି।

Related Top Posts

ପୁଣି ଶୁଣିବାକୁ ମିଳିବ ମୋତେ ବାନ୍ଧିନେରେ ପୁଲିସବାବୁ, ଆସୁଛି ନୂଆ ଚଳଚିତ୍ର 'ମନେ ମନେ ମନଖୋଜୁ ଥିଲା'
4/ 5
Oleh