
ରୂପେଲି ପରଦାକୁ ଦର୍ଶକେ ଯେତିକି ଭଲ ପାଆନ୍ତି ତାଠୁ ଅଧିକ ଭଲ ପାଆନ୍ତି ସେଥିରେ ଅଭିନୟ କରୁଥିବା କଳାକାର। କଳାକାର ପାଇଁ ଅଭିନୟ ଏକ ପେଶା କି ସଉକ ନୁହେଁ ତାଙ୍କ ଜୀବନ ଅଟେ। କିନ୍ତୁ ଗଲା କିଛି ମାସ ହେବ କରୋନା ମହାମାରୀ ରୂପେଲି ପରଦାକୁ ଅନ୍ଧକାର ଦୁନିଆକୁ ଟାଣି ନେଇଛି।
Covid-19 ବା କରୋନା ମହାମାରୀ ଭାରତକୁ ମାର୍ଚ୍ଚ ମାସରେ ଆସିଥିଲା ସେବେଠୁ ଓଡ଼ିଆ ସିନେମା ଜଗତରେ କଳାକାର ଯେମିତି ନିଜ ପେଶା ହରାଇ ବସଛନ୍ତି। ହାତରେ କାମ ନାହିଁ କି ଆର୍ଥିକ ଅବସ୍ଥା ଏତେବି ଭଲ ନୁହେଁ । ତଳ ଧାଡ଼ିର କଳାକାର ନିଜ ପରିବାର ପୋଷଣ ପାଇଁ କାମ ନ ମିଳିବାରୁ ସେମାନେ ପରିବା ବିକା, ଫଳ ବିକା ବାଟକୁ ଆପଣେଇ ନେଇଛନ୍ତି।

ଏପରି ଏକ ମୁହୂର୍ତ୍ତରେ ଓଡ଼ିଆ ସିନେମା ଜଗତର ଲୋକପ୍ରିୟ କଳାକାର ବିଜୟ ମହାନ୍ତି ଓ ଆଲବମ୍ ଦୁନିଆର ଲୋକପ୍ରିୟ ଅଭିନେତ୍ରୀ ଦୀପା ଦୁନିଆରୁ ବିଦାୟ ନେଇଛନ୍ତି ଯାହା କଳାକାର ଓ ଦର୍ଶକଙ୍କୁ ଗଭୀର ଆଘାତ କରିଛି।

ପୁଣି ଥରେ ରୂପେଲି ପରଦାକୁ ହସ ଖୁସିର ରାସ୍ତାକୁ ଆସିବାକୁ ନିଶ୍ଚିନ୍ତ ସମୟ ଲାଗିବ, ତେବେ କଳାକାର ନିଜର ଜୀବନ ଓ ଜୀବିକାର ଲଢେଇରେ ହାରି ନ ଯାଉ।
Covid-19 Rupeli Dunia Ku Dukhara Dunia Ku Tani Neichhi
4/
5
Oleh
Biswa Ranjan