ଓଡିଆ ସିନେମାରେ ଏହି ଚାରି ଅଭିନେତ୍ରୀ କରୁଛନ୍ତି ରାଜ.....

ଲୋକଙ୍କ ମଧ୍ୟରେ ଓଡିଆ ସିନେମାର ଚାହିଦା ଦିନକୁ ଦିନ ବଢିଥିବା ବେଳେ ନୂତନ ନାୟକ ନାଇକା ମଧ୍ୟ ପରଦାକୁ ଆସୁଛନ୍ତି କିନ୍ତୁ ଦର୍ଶକେ ଆଜିକାଲି ଏହି ଚାରି ନାୟିକାଙ୍କ ସିନେମା କୁ ଅଧିକ ପସନ୍ଦ କରୁଛନ୍ତି । ସେମାନେ ହେଲେ  ବର୍ଷା ପ୍ରିୟଦର୍ଶିନୀ, ଅର୍ଚିତ, ଝିଲକୀ ଏବଂ ଏଲିନା । ସିନେମାରେ ଚରିତ୍ର କୁ ଭଲଭାବେ ଉପସ୍ଥାପନ କରିବା ଏବଂ ଚରିତ୍ର ଦ୍ଵାରା ଦର୍ଶକଙ୍କ ମନ କିଣିବାରେ ଏହି ଚାରି ନାୟିକା ଅଗଧାଡ଼ିରେ ଅଛନ୍ତି।



ଏମାନଙ୍କ ମଧ୍ୟରେ ବର୍ଷା ପ୍ରିୟଦର୍ଶିନୀ ବେସି ଲୋକଙ୍କ ପସନ୍ଦର ନାୟିକା। ସେ ଦୀର୍ଘ ଦିନ ହେବ ବହୁତ ସଫଳ ସିନେମା ଦେଇଆସିଥିବା ବେଳେ ସୁପର ଷ୍ଟାର ଅନୁଭବ ମହାନ୍ତିକଂ ସହ ଅଧିକ ସିନେମା କରିଛନ୍ତି। ସେହିପରି ଅର୍ଚିତ ତାଙ୍କ ପ୍ରଥମ ସିନେମା ରୁ ଆରମ୍ଭ କରିଥିବା ଯାତ୍ରାରେ ପଛକୁ ଚାହିଁନାହାନ୍ତି । ସେ ଅନେକ ଗୁଡିଏ ସିନେମା ରେ ଅଭିନୟ କରି ଦର୍ଶକଙ୍କୁ ଖୁସିକରିବାରେ ସଫଳ ହୋଇଛନ୍ତି।

ଝିଲକୀ ଏବଂ ଏଲିନା ନିଜର ଛୋଟ ସମୟ ମଧ୍ୟରେ ଦର୍ଶକଙ୍କ ମନ କିଣିବାରେ ସଫଳ ହୋଇଛନ୍ତି। ଏହି ଦୁଇ ନାୟିକା ଏବେ ଅଧିକାଂଶ ସିନେମା ରେ ଦେଖିବାକୁ ମିଳୁଥିବା ବେଳେ ପ୍ରଯୋଜକ ୟଙ୍କୁ ନିଜ ସିନେମା ରେ ନେବାକୁ ବେସି ଇଛୁକ।

ଏମାନଙ୍କ ଛାଡା ରିୟା, ଶୀତଲ, ଦେବଜନୀ, ଭୂମିକା ମଧ୍ୟ ବେଶ ଲୋକପ୍ରିୟ ଓଡ଼ିଆ ଦର୍ଶକଙ୍କର।

Related Top Posts

ଓଡିଆ ସିନେମାରେ ଏହି ଚାରି ଅଭିନେତ୍ରୀ କରୁଛନ୍ତି ରାଜ.....
4/ 5
Oleh